ଉଦ୍ଦେଶ୍ୟଗୁଡିକ

ଓଡିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ(OPDC)ବିଷୟରେ

 

ଓଡିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ (OPDC) 1998 ମସିହାରେ ପୂର୍ବତନ ଓଡିଶା ଫିସ ସିଡ୍ ଡେଭେଲପମେଣ୍ଟ କର୍ପୋରେସନ୍ ଲିମିଟେଡ୍ (OFISEED) ଏବଂ ଓଡିଶା ମେରିଟାଇମ୍ ଏବଂ ଚିଲିକା ଏରିଆ ଡେଭେଲପମେଣ୍ଟ କର୍ପୋରେସନ୍ ଲିମିଟେଡ୍ (OMCAD) ଙ୍କ କାର୍ଯ୍ୟକଳାପକୁ ଏକତ୍ରିକରଣ କରି ସ୍ଥାପିତ ହୋଇଥିଲା।

ରାଜ୍ୟର ମାଛ ଚାଷୀମାନଙ୍କୁ ଉତ୍କୃଷ୍ଟ ମାଛ ଯାଆଁଳ ପ୍ରଦାନ କରିବା, ମତ୍ସ୍ୟଜିବୀଙ୍କ ପାଇଁ (ମଧୁର ଜଳ ଏବଂ ସମୁଦ୍ର ଉଭୟ କ୍ଷେତ୍ରରେ) ଜାଲ ସାମଗ୍ରୀ ଯୋଗାଇବା ଏବଂ ସମୁଦ୍ରତଟୀୟ ମତ୍ସ୍ୟଜିବୀଙ୍କୁ ଡିଜେଲ ଏବଂ ପେଟ୍ରୋଲ ଯୋଗାଇବା ସହିତ ସେମାନଙ୍କର ଜୀବିକାକୁ ସୁଦୃଢ଼ କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ।