RTI

ସୂଚନା ଅଧିକାର ଆଇନ(RTI)

 

ନାଗରିକମାନଙ୍କ ପାଇଁ ସୂଚନା ପ୍ରଦାନ

ସୂଚନା ଅଧିକାର ଆଇନ 2005 ନାଗରିକମାନଙ୍କର ସରକାରୀ ସୂଚନା ପାଇଁ ଅନୁରୋଧକୁ ସମୟୋପଯୁକ୍ତ ଉତ୍ତର ଦେବାକୁ ବାଧ୍ୟତାମୂଳକ କରେ। ଏହା ଭାରତ ସରକାରର କର୍ମଚାରୀ ଏବଂ ପ୍ରଶିକ୍ଷଣ ବିଭାଗ (Department of Personnel and Training), କର୍ମଚାରୀ, ଲୋକ ଅଭିଯୋଗ ଏବଂ ପେନ୍ସନ ମନ୍ତ୍ରଣାଳୟଙ୍କ ଦ୍ୱାରା ନାଗରିକମାନଙ୍କ ପାଇଁ ଏକ RTI ପୋର୍ଟାଲ୍ ଗେଟୱେ ଉପଲବ୍ଧ କରାଇବା ପାଇଁ ଗୃହୀତ ପଦକ୍ଷେପ। ଏହା ମାଧ୍ୟମରେ ପ୍ରଥମ ଅପିଲ କର୍ତ୍ତୃପକ୍ଷ, PIO ଇତ୍ୟାଦିଙ୍କ ବିବରଣୀ ସହିତ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରକାଶିତ RTI ସମ୍ବନ୍ଧୀୟ ସୂଚନାକୁ ସହଜରେ ଖୋଜାଯାଇପାରିବ।

ସୂଚନା ଅଧିକାର ଆଇନର ଉଦ୍ଦେଶ୍ୟ :

ସୂଚନା ଅଧିକାର ଆଇନର ମୂଳ ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ସଶକ୍ତ କରିବା, ସରକାରୀ କାର୍ଯ୍ୟପଦ୍ଧତିରେ ପାରଦର୍ଶିତା ଏବଂ ଦାୟିତ୍ୱବୋଧକୁ ବୃଦ୍ଧି କରିବା, ଦୁର୍ନୀତିକୁ ନିୟନ୍ତ୍ରଣ କରିବା ଏବଂ ଆମର ଗଣତନ୍ତ୍ରକୁ ପ୍ରକୃତ ଅର୍ଥରେ ଲୋକମୁଖୀ କରିବା। ଏହା ସ୍ପଷ୍ଟ ଯେ ଜଣେ ସଚେତନ ନାଗରିକ ସରକାରୀ ପ୍ରଣାଳୀ ଉପରେ ନଜର ରଖିବାରେ ଅଧିକ ସକ୍ଷମ ଓ ସରକାରକୁ ଜବାବ ଦାଖଲ କରିପାରେ। ଏହି ଆଇନ ନାଗରିକମାନଙ୍କୁ ସରକାରୀ କାର୍ଯ୍ୟକଳାପ ସମ୍ବନ୍ଧରେ ସଚେତନ କରିବା ଦିଗରେ ଏକ ବଡ଼ ପଦକ୍ଷେପ।